ଅନୁଗୋଳ, ଅଗଷ୍ଟ ୧୦ — ସ୍ଥାନୀୟ ହୁଲୁରୁସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃମି ରୋଗର କାରଣ, ପ୍ରତିରୋଧ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ିଲେ କୃମି ରୋଗର ନିରାକରଣ ସମ୍ଭବ ବୋଲି କହିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀମତୀ ସରିତା ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣ ଚନ୍ଦ୍ର ପାଲ, ଡିପିଏମ୍ ସୌମ୍ୟାରାଣୀ ଗୌଡ଼, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୀର୍ତ୍ତନ ସାହୁଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ପରିଚାଳନା କରିଥିଲେ।
ଅନୁଗୋଳରେ ଜିଲ୍ଲାସ୍ତରୀୟ ଜାତୀୟ କୃମି ଦିବସ ପାଳିତ
