• Fri. Jun 12th, 2026

ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ

ByRK Khabar

Jun 12, 2026

ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ(ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ) ତାଳଚେର:- ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ କରାଯାଇଛି । ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଜ କିଶୋର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ୱ ଦେଇ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ସହର ଭାବେ ତାଳଚେର ପରିଗଣିତ ହୋଇଛି । ପ୍ରଦୂଷଣ ଯୋଗୁଁ ଏଠିକାର ଅଧିବାସୀମାନେ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତାଳଚେରବାସୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କୋଇଲା ଖଣି ସାହାଯ୍ୟରେ ରାଜ୍ୟ ସରକାର ମେଡିକାଲ୍ କଲେଜ୍ ନିର୍ମାଣ କଲେ ଏବଂ ଏହି କଲେଜ୍ ରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଭିଜ୍ଞ ଡାକ୍ତର, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଗଲା । କିନ୍ତୁ ଦୁଃଖର ବିଷୟ ଅଭିଜ୍ଞ ଡାକ୍ତର ମାନଙ୍କୁ ଏଠାରୁ ଅନୁଗୋଳକୁ ନେଇ ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ତାଳଚେରବାସୀଙ୍କ ପାଇଁ ଦୁଃଖ ଓ ପରିତାପର ବିଷୟ । ମେଡିକାଲ୍ ପାଇଁ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମି ଓ ଷ୍ଟାଫ୍ ନର୍ସ ରାଜ୍ୟ ସରକାର ଏଜେନ୍ସି ମାଧ୍ୟମରେ ଏଠାରେ ନିଯୁକ୍ତି ଦେଲେ । କିନ୍ତୁ ବର୍ତମାନ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ମଧ୍ୟରୁ ୯୧ ଜଣ ଷ୍ଟାଫ ନର୍ସଙ୍କ ସାର୍ଟିଫିକେଟ୍ ଯାଂଚ କରାଯିବାରୁ ୬୦ ଜଣ ଷ୍ଟାଫ ନର୍ସ ଜାଲ୍ ପ୍ରମାଣପତ୍ର ମାଧ୍ୟମରେ ନିଯୁକ୍ତି ପାଇ ଥିବାର ପ୍ରମାଣ ମିଳିଛି । ସମସ୍ତ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ସାର୍ଟିଫିକେଟ୍ ଯାଂଚ ହେଲେ ଆହୁରୀ ଅଧିକ ଜାଲ୍ ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ସନ୍ଦେହ କରାଯାଉଛି । କିଛି ମୁଷ୍ଟିମେୟ ନେତା ଓ କର୍ମଚାରୀ ଅର୍ଥ କାରବାର କରି ଏହି ଦୁର୍ନିତୀରେ ଲିପ୍ତ ରହି ରୋଗୀ ମାନଙ୍କ ଜୀବନ ସହିତ ଖେଳ ଖେଳିଥିବାରୁ ଏହାର ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବୀ ସହିତ କୋଇଲା ଖଣି ଅଂଚଳରେ ସମସ୍ତ ଠିକା ଶ୍ରମିକଙ୍କର ପୋଲିସ୍ ଭେରିପିକେସନ୍ ସାର୍ଟିଫିକେଟ୍ ବାଧ୍ୟତା ମୂଳକ କରାଯାଉ । ତାଳଚେରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରାଯାଉ । ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ସିକ୍ୟୁରିଟି ସଂସ୍ଥା (ଏସ୍‌.ଆଇ.ଏସ୍‌)କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ । ଉପରୋକ୍ତ ଦାବୀ ଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ ନଚେତ୍ ଆଗାମୀ ଦିନରେ ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ରାଜ ରାସ୍ତାକୁ ଓହ୍ଲାଇବ ଓ ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ମୁଖ୍ୟମନ୍ତ୍ରୀ, ଓଡିଶା ବିଧାନସଭାର ବିରୋଧ ଦଳ ନେତା, କଂଗ୍ରେସ୍ ବିରୋଧ ଦଳ ନେତା, ଓଡିଶା ପ୍ରଦେଶ କଂଗ୍ରେସ୍ କମିଟି ସଭାପତିଙ୍କୁ ପ୍ରେରଣ କରାଯାଇଛି । ଆଜିର ଦାବୀପତ୍ର ପ୍ରଦାନ ବେଳେ କିର୍ତୀ ରଞ୍ଜନ ବିଶୋଇ, ଦାସରଥି ସାହୁ, କାଳିଆ ସାହୁ, ବିଭୁତି ସାହୁ, ମିହିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *