• Fri. Sep 11th, 2026

RK KHABAR

ଆପଣଙ୍କ ଖବର, ଆମ ଦାୟିତ୍ୱ

ପାକିସ୍ତାନୀ ସ୍ପିନର ଅବ୍ରାର୍‌ ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ଲିଡ୍ସକୁ ପ୍ରବଳ ବିରୋଧ

ByEditor

Mar 13, 2026

ଭାରତ ବ୍ୟବସାୟିକ ଗୋଷ୍ଠୀ ‘ସନ ଗ୍ରୁପ୍‌’ ମାଲିକାନାରେ ଥିବା ସନରାଇଜର୍ସ ଲିଡ୍ସ ଦ୍ବାରା ପାକିସ୍ତାନୀ ସ୍ପିନର ଅବ୍ରାର୍‌ ଅହମ୍ମଦଙ୍କୁ କିଣିବାକୁ ନେଇ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସୋସିଆଲ୍‌ ମିଡିଆରେ କମ୍ପାନିର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି। ଏପରିକି ପ୍ରଶଂସକମାନେ ଆଇପିଏଲ୍‌ରୁ ସନରାଇଜର୍ସ ହାଇଦ୍ରାବାଦକୁ ବାହାର କରିବାକୁ ଦାବି କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ବାଧ୍ୟ ହୋଇ ସନରାଇଜର୍ସ ଲିଡ୍ସକୁ ନିଜର ‘ଏକ୍ସ’ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିଛି। ତେବେ କେଉଁ କାରଣରୁ ଏହି ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି ସେ ନେଇ ଫ୍ରାଞ୍ଚାଇଜି ପକ୍ଷରୁ କୌଣସି କାରଣ ଦିଆଯାଇନାହିଁ। ତେବେ ନିୟମ ଉଲ୍ଲଙ୍ଘନ ପାଇଁ ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି ବୋଲି ‘ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

By Editor

Leave a Reply

Your email address will not be published. Required fields are marked *