• Fri. Sep 11th, 2026

RK KHABAR

ଆପଣଙ୍କ ଖବର, ଆମ ଦାୟିତ୍ୱ

ଢାବା ମାଲିକଙ୍କଠାରୁ ନେଉଥିଲେ ଲାଞ୍ଚ; ପୁଲିସ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ByEditor

Mar 13, 2026

ସୁନ୍ଦରଗଡ଼/ବଡ଼ଗାଁ: ଏକ ବିଦେଶୀ ମଦ ଜବତ ମାମଲାରେ ସୁରକ୍ଷା ଦେବାକୁ ଜଣେ ଢାବା ମାଲିକଙ୍କଠାରୁ ପୁଲିସ ବାବୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ପୁଲିସ ଅଧିକାରୀ ଜଣକ ହେଲେ ବଡ଼ଗାଁ ଥାନା ASI ଅରୁପାନନ୍ଦ ଦାଶ। ବଡ଼ଗାଁ ଅଞ୍ଚଳର ରଂଜନ ଦାଶ ନାମକ ଜଣେ ବ୍ୟକ୍ତି କଲେଜ ନିଟକ ଅଣ୍ଡରପାସ୍‌ରେ ଏକ ଢାବା ଖୋଲିଛନ୍ତି। ହୋଲି ସମୟରେ ପୁଲିସ ଢାବାରେ ଚଢ଼ଉ କରି କିଛି ବିଦେଶୀ ମଦ ଧରିଥିଲା।

ମାମଲାରେ ପୁଲିସ ତରଫରୁ ସୁରକ୍ଷା ଦେବା ଓ ଚୋରା ମଦ ବିକିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହି ପୁଲିସ ଅଧିକାରୀ ଶ୍ରୀ ଦାଶ ରଂଜନଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରଂଜନ ଏ କଥାରେ ରାଜି ହୋଇ ନଥିଲେ। ଏହା ପରେ ପୁଲିିସ ବାବୁ ମଦ ମାମଲାରେ ଗିରଫ କରିବେ ବୋଲି ଧମକ ଦେଇଥିଲେ। ଶେଷକୁ ଅନ୍ୟ ଉପାୟ ନପାଇ ରଂଜନ ରାଉର‌କେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

Spread the love

By Editor

Leave a Reply

Your email address will not be published. Required fields are marked *