ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜନଜାତି ସମାଜର ଅଧିକାର, ସମ୍ମାନ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ ଜନଜାତି ସମାଜର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଜନଜାତି ସମ୍ପ୍ରଦାୟର ପରମ୍ପରା, କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସହ ସେମାନଙ୍କ ଜୀବନମାନର ଉନ୍ନତି ଦିଗରେ ଅଧିକ ପଦକ୍ଷେପର ଆବଶ୍ୟକତା ଉପରେ ବକ୍ତାମାନେ ମତ ରଖିଥିଲେ।ଏହି ଅବସରରେ ଜନଜାତି ସମାଜର ବିଭିନ୍ନ ପ୍ରତିନିଧି, ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ଜନଜାତି ସମାଜର ସ୍ୱାର୍ଥ ଓ ଅଧିକାର ପାଇଁ ଦଳ ପକ୍ଷରୁ ସ୍ୱର ଉତ୍ତୋଳନ କରାଯିବ ବୋଲି ଉପସ୍ଥିତ ନେତାମାନେ କହିଥିଲେ।ବିଶ୍ୱ ଜନଜାତି ଦିବସ ଅବସରରେ ଜନଜାତି ସମାଜର ଗୌରବମୟ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା।
ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ
