• Tue. Jun 9th, 2026

ଯୁକ୍ତ ଦୁଇରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ByRK Khabar

May 26, 2026

ତାଳଚେର ଗଡ଼ତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଗଡତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତପ୍ରତିଶତ ସଫଳତା ହାସଲ କରିଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁସାରେ +୨ ବିଜ୍ଞାନ ୨୦୨୬ ବାର୍ଷିକ ପରୀକ୍ଷାରେ ମୋଟ୍ ୮୫ ଜଣ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬୭ ଜଣ ପ୍ରଥମ ଶ୍ରେଣୀରେ ଓ ୧୮ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଲଗାତାର୍ ସପ୍ତମ ଥର ପାଇଁ ବିଦ୍ୟାଳୟର ଶତପ୍ରତିଶତ ସଫଳତା ଛାତ୍ରଛାତ୍ରୀ, ଅଭିଭାବକ ବୃନ୍ଦ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଅଛି । ପ୍ରଥମ ୧୫ ଜଣ ଛାତ୍ରଛାତ୍ରୀ ମାନଙ୍କର ଦଶମ ବାର୍ଷିକ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନର ମାନ ୭୨.୩୩ ପ୍ରତିଶତ ଥିବାବେଳେ ତାହା ବୃଦ୍ଧି ପାଇ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ୮୩.୩୭ ପ୍ରତିଶତ ହୋଇଥିବାର ଶ୍ରେୟ ଛାତ୍ରଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ଅଧ୍ୟାପକ ଅଧ୍ୟାପିକା ମାନଙ୍କର ନିଷ୍ଠାପର ଉଦ୍ୟମ ତଥା ଅଭିଭାବକ ମାନଙ୍କର ଅକୁଣ୍ଠ ସହଯୋଗ କୁ ଅଧ୍ୟକ୍ଷ ଧନ୍ୟବାଦ ଦେବାସହିତ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *