ବରଗଡ଼: ସମ୍ବଲପୁର ଜାତୀୟ ପଥରେ ରେ ମୁହାଁମୁହିଁ ଧକା ହେଲେ ଦୁଇ ଟ୍ରକ୍। ଅତାବିରା – ଧର୍ମଶାଳା ଛକରେ ଦୁଇ ଟ୍ରକ ମଧ୍ୟରେ ଜୋରଦାର ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଯେ ଉଭୟ ଟ୍ରକ ଚୁରମାର ହୋଇଯାଇଛି। ଘଟଣାରେ ଉଭୟ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହେଲପର ଆହତ ହୋଇଥିବା ସୂଚନା ରହିଛି।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।
ଟ୍ରକ୍ ମୁହାଁମୁହିଁ ଧକ୍କା: ଉଭୟ ଗାଡ଼ିର ଡ୍ରାଇଭର ମୃତ
