• Fri. Apr 3rd, 2026

ନାବାଳିକାଙ୍କ ଗଳାକାଟି ହତ୍ୟା

ByEditor

Mar 12, 2026

ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଗୁରୁବାର ସନ୍ଧ୍ୟାରେ ଘରେ ପଶି ଜଣେ ୧୫ ବର୍ଷର ନାବାଳିକାଙ୍କ ଗଳାକାଟି ହତ୍ୟା କରିଛି ଏକ ଯୁବକ। ବାଇକ୍‌ରେ ଆସି ନାରକୀୟ କାଣ୍ଡ ଘଟାଇବା ପରେ ଧରି ପଡ଼ିଯିବା ଭୟରେ ଯୁବକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ସୂଚନା
ସଦରଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଥିବା ବେଳେ ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ନାବାଳିକା ଜଣକ ନିକଟରେ ମାଟ୍ରିକ ପରୀକ୍ଷା ଦେଇ ଘରେ ଥିଲେ। ତାଙ୍କ ଘ‌ର ଗାଁଠାରୁ ଅଳ୍ପ ଦୂର ନିଛାଟିଆ ସ୍ଥାନରେ ଥିବା ବେଳେ ଯୁବକ ଏକ ବାଇକ୍‌ ((ଓଡି ୧୬ ଏଚ୍‌- ୯୩୮୯)ରେ ଆସି ନାବାଳିକାଙ୍କ ଘରେ ପଶିଥିଲେ। ସେତେବେଳେ ପରିବାର ଲୋକେ ସେଠାରେ ନଥିଲେ। କିଛି ସମୟ ଯୁବକ ଓ ନାବାଳିକାଙ୍କ ମଧ୍ୟ‌ରେ ପାଟିତୁଣ୍ଡ ହୋଇଥିଲା।
ଏହା ପରେ ହଠାତ ଯୁବକ ଧରିଥିବା ଛୁରୀରେ ନାବାଳିକାଙ୍କ ତଣ୍ଟି କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଗଲା। ପରିବାର ଲୋକେ ଜାଣି ଯୁବକଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଗାଡ଼ି ଛାଡ଼ି ବିଲ ଭିତରେ ଦୌଡ଼ି ପଳାଇଥିଲେ। ଯୁବକ ଜଣକ ଲେଫ୍ରିପଡ଼ା ଥାନା ହରସମୁଣ୍ଡା ଗୁଣ୍ଡିଆଡିହି ଅଞ୍ଚଳର ବୋଲି କୁହାଯାଉଛି।

Spread the love

By Editor

Leave a Reply

Your email address will not be published. Required fields are marked *