ତାଳଚେର: ତାଳଚେର ଜଗନ୍ନାଥ କୋଇଲା ଖଣିର ପାଞ୍ଚ ନଂ କୋଇଲା ଷ୍ଟକରେ ଏକ ଗୁରୁତର ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଲୋଡର ଅପରେଟର। ଡାଲା ବଡି ଟ୍ରକକୁ କୋଇଲା ଲୋଡ଼ କରାଯାଉଥିବା ସମୟରେ ହଠାତ୍ ଲୋଡର ମେସିନ୍ ଅସନ୍ତୁଳିତ ହୋଇ ଓଲଟି ପଡ଼ିଥିଲା।
ସୌଭାଗ୍ୟବଶତଃ ଅପରେଟର ଗୁରୁତର ଆହତ ହୋଇନଥିବା ବେଳେ, ଘଟଣାଟି ଖଣି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଘଟଣା ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—
👉 ଜଣେ ଡମ୍ଫର ଅପରେଟରକୁ କିଏ ଲୋଡର ମେସିନ୍ ଚଳାଇବା ପାଇଁ ଅନୁମତି ଦେଲା?
👉 ପ୍ରଶିକ୍ଷଣ ବିନା ମେସିନ୍ ଚଳାଚଳ କାହା ନିର୍ଦ୍ଦେଶରେ?
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ସମୟରେ କୋଇଲା ଖଣିରେ ସୁରକ୍ଷା ଦିବସ ପାଳନ ହେଉଥିବା ସତ୍ତ୍ୱେ ଏପରି ଅସୁରକ୍ଷିତ ଘଟଣା ଘଟିବା ସାଧାରଣ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଆଶଙ୍କା ସୃଷ୍ଟି କରିଛି।
ଖଣି ପ୍ରଶାସନର ଅବହେଳା, ସୁରକ୍ଷା ନିୟମ ଅମାନ୍ୟ ଓ ଠିକ୍ ପ୍ରଶିକ୍ଷଣ ନ ଥିବା କର୍ମଚାରୀଙ୍କୁ ମେସିନ୍ ଦିଆଯିବା ଘଟଣାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ
କେତେ ସୁରକ୍ଷିତ ତାଳଚେରର କୋଇଲା ଖଣି ଅଞ୍ଚଳ?
